ପୁଣି ପଦାରେ ପଡିଲା ରାଜ୍ୟ ସରକାରଙ୍କ ବିକାଶର ବାସ୍ତବତା । ଭଲ କରି ଟିକେ ନଜର ପକାନ୍ତୁ ଏ ଦୃଶ୍ୟ ଉପରେ । 10ରୁ 12 ଜଣ ଲୋକ ଖଟିଆରେ ଜଣେ ଗର୍ଭବତୀ ମହିଳାଙ୍କୁ ଧରି ଭରା ନଦୀ ପାର ହେଉଛନ୍ତି । ପାଦେ ପାଦରେ ରହିଛି ବିପଦ, ତଥାପି ସମସ୍ତେ ନିରୁପାୟ । ହାତରେ ଧରିଥିବା ବାଡିରେ ଖାଲ ମାପି ପାଦ ପକାଉଛନ୍ତି ଲୋକେ । ଟିକିଏ ଗୋଡ ଏପଟ ସେପଟ ହେଲେ ଦୁର୍ଘଟଣା ନିଶ୍ଚିତ । ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀ ବାଙ୍ଗିରିପୋଷି ବ୍ଲକର ଚାକୀଡି ପଂଚାୟତର ଜାମତଳିଆ ଗ୍ରାମରୁ ଆସିଛି ଏହି ଦୃଶ୍ୟ । ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବା ପରେ ପରିବାର ଲୋକେ ଏବଂ ସମ୍ପର୍କୀୟ ବୁଢାବଳଙ୍ଗ ନଦୀ ଦେଇ ଖଟିଆରେ ଗର୍ଭବତୀଙ୍କୁ ଡାକ୍ତରଖାନାଙ୍କୁ ନେଉଛନ୍ତି ।
#ArgusOdia #ArgusNews #ArgusUpdate #Headlines #Bangiriposi