ଆଉ ତିନି ଦିନ ପରେ ଦୁର୍ଗାପୂଜା । ଧରାବତରଣ କରିବେ ଜଗତଜନନୀ ମା ଦୁର୍ଗା । ଏଥିପାଇଁ କାରିଗରମାନେ ମୂର୍ତ୍ତି ନିର୍ମାଣରେ ଲାଗି ପଡିଥିବାବେଳେ ପ୍ରସ୍ତୁତି ଚାଲିଛି । ମାଆଙ୍କ ନବଦିନାତ୍ମକ ପୂଜା ଆରମ୍ଭ ହୋଇଛି । ସେପଟେ କିନ୍ତୁ ଏଯାଏଁ ମୂର୍ତ୍ତି ଉଚ୍ଚତା ବିବାଦ ତୁଟି ନଥିବାବେଳେ ବଡ଼ ମୂର୍ତ୍ତି ପ୍ରସ୍ତୁତି କରିଥିବା କିଛି ପୂଜା ମଣ୍ଡପ ଏବେ ବି ଦ୍ୱନ୍ଦରେ ରହି ମୂର୍ତ୍ତିରେ ରଙ୍ଗ ଦେଇପାରୁନାହାନ୍ତି । ଆଜି ମୂର୍ତ୍ତି ଉଚ୍ଚତା ମାମଲାର ରାୟ ଶୁଣାଇବେ ହାଇକୋର୍ଟ ।... ତେବେ ଗତ 16 ତାରିଖରେ ଶୁଣାଣି ସମୟରେ ହାଇକୋର୍ଟରେ ଆବେଦନକାରୀମାନେ ନିଜର ଜବାବ ଦାଖଲ କରିଥିବାବେଳେ ବଡ ମୂର୍ତ୍ତି ଉଚ୍ଚତା ବାବଦରେ ଉଭୟ ପକ୍ଷ ଯୁକ୍ତି ଉପସ୍ଥାପନା କରିଥିଲେ । ତେବେ 4 ଫୁଟରୁ ଅଧିକ ଥିବା 9ଟି ପୂଜା ମଣ୍ଡପର ମୂର୍ତ୍ତିର ଆକାର ସ୍ଥିତି ସମ୍ପର୍କ ତଥ୍ୟ ଦାଖଲ ପାଇଁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । #TheArgus #ArgusUpdate #ArgusOdia #ArgusNews #Headlines #DurgaPuja