ଏବେ ବି ଜୀବନ୍ତ ଭକ୍ତ ସାଲବେଗଙ୍କ ଆତ୍ମା ଓ ଜଗନ୍ନାଥ ଭକ୍ତି । ଜଗା ପ୍ରେମରେ ଓତପ୍ରୋତ ଏକବିଂଶ ଶତାବ୍ଦୀର ଏହି ମୁସଲମାନ ଭକ୍ତ । ରଥରେ ଦେଖିଲେ ବଳିଆର ଭୁଜଙ୍କୁ । ଆଉ ତାଙ୍କ କଣ୍ଠରୁ ଝରିଲା ଭଜନ । କହିଲେ ଆଖି ଆଗରେ ଗଡ଼ୁଥିଲା ମହପ୍ରଭୁଙ୍କ ରଥ । ଆଉ ମୋ ହୃଦୟରେ ଲହଡି ଖେଳିଲା ଭକ୍ତିର ମୂର୍ଚ୍ଛନା । ଭିତରୁ କେହି ଯେମିତି କହିଲା ଭଜନ ଗାଇବାକୁ । ଆଉ ମୁଁ ଭଜନ ବୋଲିଲି । ଏମିତି କହି, କାଳିଆ ଆଗରେ ଭଜନ ଗାଇ, ଚର୍ଚ୍ଚାରେ ଏହି ମୁସଲିମ ଫକିର । ନାଁ ତାଙ୍କର ମହମ୍ମଦ ଦାଉଦ୍ ଓରଫ୍ ମସ୍ତାନା ବାବା ।
#rathyatra2022 #jagannathbhajan #mastanababa #song #Odisha #ArgusNews