ଆଫଗାନିସ୍ତାନରେ ତାଲିବାନକୁ ଶାସନ କ୍ଷମତାରେ ଆଣିବା ପଛରେ ପାକିସ୍ତାନରେ ଯେ ବଡ ହାତ ଅଛି ତାହା କାହାକୁ ଅଛପା ନାହିଁ । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଠାରୁ ଆରମ୍ଭ କରି ତାଙ୍କ ସରକାରରେ ଅନ୍ୟ ମନ୍ତ୍ରୀ ମାନେ କିଏ ଖୋଲାଖୋଲି ଭାବେ ବା କିଏ ପରୋକ୍ଷରେ ଏହାକୁ ସ୍ୱୀକାର କରି ସାରିଛନ୍ତି । ତାଲିବାନ ମଧ୍ୟ ଏ ପ୍ରକାର ସଂକେତ ଦେଇ ସାରିଛି । ବିଶ୍ବର ଅନ୍ୟ ଦେଶମାନେ ଏହାକୁ ଭଲ ଭାବେ ଜାଣନ୍ତି ।
#Pakistan #Afghanistan #ImranKhan #militants #ArgusNews