ଅଳିଆ ଆବର୍ଜନାରେ ପରିପୁର୍ଣ୍ଣ ପବିତ୍ର ପଞ୍ଚକୁଣ୍ଡ । ବର୍ଷ ସାରା କୁଣ୍ଡରେ ଜଳ ରହୁଛି କିନ୍ତୁ ଅସ୍ବଚ୍ଛ ଅବସ୍ଥାରେ । କେଉଁଠି ମଦ ବୋତଲ ପଡିରହିଛି ତ ଆଉ କେଉଁଠି ଅଳିଆ ଆବର୍ଜନାରେ ଭର୍ତ୍ତି । ଆବର୍ଜନା ପଡ଼ିପଡ଼ି କୁଣ୍ଡରୁ ଦୁର୍ଗନ୍ଧ ବାହାରୁଛି । ମୁନିଋଷୀମାନେ ଏହି ପଞ୍ଚ କୁଣ୍ଡରେ ସ୍ନାନବିଧି ସମ୍ପନ୍ନ କରୁଥିଲେ ଓ ସୂର୍ଯ୍ୟଙ୍କୁ ଜଳଦାନ କରୁଥିଲେ । ଏହି ପବିତ୍ର ଜଳ ପୂଜା ବିଧିରେ ମଧ୍ୟ ବ୍ୟବହାର ହେଉଥିଲା । କିନ୍ତୁ କାଳକ୍ରମେ ପବିତ୍ର କୁଣ୍ଡଗୁଡ଼ିକର ପବିତ୍ରତା ନଷ୍ଟ ହୋଇଗଲା ।
#Garbage #panchakunda #sage #pond #Holiness #khandagiri #Bhubaneswar #Odisha #ArgusNews