କଦଳୀଗଛର ଅଦରକାରୀ ଗଣ୍ଡି ଦେଉଛି ଆୟ । କାନ୍ଧି କାଟି ସାରିବା ପରେ ଚାଷୀ ପୂର୍ବ ଭଳି ଗଣ୍ଡିକୁ ଆଉ ଫିଙ୍ଗିଦେଇ ଆସୁନି । କଟା ଗଛ ପ୍ରତି ପାଞ୍ଚଟଙ୍କା ଦରରେ କିଣିନେଉଛି ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ ଭାକରସାହି ପଂଚାୟତରେ ସ୍ଥାପିତ ଜୈବ କଦଳୀ ଫାର୍ମ । ଏଠାରେ କଦଳୀ ଗଛର ସର୍ବାଙ୍ଗ ବ୍ୟବହାର କରାଯାଇ ବୟନ ଶିଳ୍ପ ପାଇଁ ସୁତା ,ଜୈବିକ ଖତ ଓ କଦଳୀ ମଞ୍ଜାରୁ ଆଚାର ,ପାମ୍ପଡ଼ ପ୍ରସ୍ତୁତ ହେଉଛି । ଅଦରକାରୀ ଦ୍ରବ୍ୟରୁ ରୋଜଗାର ସୃଷ୍ଟିର ଏଭଳି ଉଦ୍ୟମ ଓଡ଼ିଶାରେ ପ୍ରଥମ ।
#Odisha #ArgusNews #bananatree #GoodNews #benifit #biotech #profit #cuttack #Niali