ଆକାଶ ଭଳି ବିରାଟ ଏକ ହୃଦୟ ପାଇଛନ୍ତି ବାଲେଶ୍ୱରର ଆକାଶ କୁମାର ନାୟକ । ଘଟଣାକ୍ରମେ ଗୋଟିଏ ଦିନ ଭୋକରେ ରହିଥିବା ଆକାଶ ଭୋକିଲା ଲୋକଙ୍କ କଷ୍ଟ ବୁଝିବା ପରେ ଆରମ୍ଭ କରିଛନ୍ତି ନିଆରା ଏକ ମିଶନ । ସୁଖ ଦୁଃଖର ସାଥି ନାଁରେ ସଂଗଠନ ଟିଏ ଗଢି ଭିକ୍ଷୁକ ,କୁଲି ଓ ଦିବ୍ୟାଙ୍ଗ ମାନଙ୍କ ପାଲଟିଛନ୍ତି ସାହାରା। ବେସାହାରା ଲୋକଙ୍କ ଖାଦ୍ୟ ,ଚିକିତ୍ସା ଓ ଅନ୍ୟାନ ସହାୟତା ଯୋଗାଇ ଆକାଶ ଓ ତାଙ୍କର ସଂଗଠନ ରାସ୍ତାକଡ଼ର ମଣିଷଙ୍କ ଆତ୍ମୀୟ ପାଲଟିଛନ୍ତି ।
#Balasore #GoodNews #RealHero #goodheartedpeople #organization #humanitarian #Odisha #ArgusNews