କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ଔପଦା ପଂଚାୟତର ହରିପୁରରେ ବସବାସ କରନ୍ତି ୪୬୦ ରୁ ଉର୍ଦ୍ଧ୍ୱ ପରିବାର । କିନ୍ତୁ ଆଜି ବି ମୌଳିକ ସୁବିଧାରୁ ବଂଚିତହିଛନ୍ତି । ଗାଁରେ ଥିବା ଅନେକ ପରିବାରକୁ ଆଜିବି ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିନି । ଫଳରେ ଭଙ୍ଗା ଦଦରା ନୂଆଣିଆ ଚାଳ ଛପର ଘରେ ରହୁଛନ୍ତି । ସେହିପରି ଜଳ ଯୋଗାଣ ପାଇଁ ଦୁଇଟି ନଳକୂପ ଅଛି କିନ୍ତୁ କାମ କରୁନି । ଫଳରେ ପାଣି ଟିକିଏ ପାଇଁ ସଂଘର୍ଷ କରୁଛନ୍ତି ଗ୍ରାମବାସୀ ।
#Governmentplan #house #Abashjojona #Tubewell #villager #kendrapada #pattamundei #Odisha #ArgusNews