ଜୀବନରେ କେବେ ଖାତା କି ପେନସିଲ ଧରିନଥିବା ବ୍ରହ୍ମପୁର ସହରର ଜଣେ ୭୧ ବର୍ଷର ମହିଳା ଆଙ୍କୁଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଚମତ୍କାର ଚିତ୍ର । ଆଙ୍କି ସାରିଥିବା ହଜାର ସଂଖ୍ୟକ ଏଭଳି ଚିତ୍ରକୁ ସେ ନିଜ ଘରେ ସାଇତି ରଖିଛନ୍ତି । କଳାଠାକୁରଙ୍କ ସଂଗୃହିତ ଚିତ୍ରରେ ସଜାଇଛନ୍ତି ଘର । ମହାବାହୁଙ୍କ ଭକ୍ତିରେ ତଲ୍ଲୀନ ପୁଷ୍ପାଞ୍ଜଳି ପଟ୍ଟନାୟକ ଚିତ୍ର ପରି ଶବ୍ଦରେ ଗଢ଼ିଛନ୍ତି ଭାବଗ୍ରାହୀଙ୍କ ସହିତ ଭାବର ସମ୍ପର୍କ । ଯାହାକି ଅନେକଙ୍କ ପାଇଁ ଅଲୌକିକ ।
#ArgusNews #ArgusNewsTV #Odisha #Brahmapur #Painting #artist #Craft #GoodNews #ShreeJaganatha