ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୭ ଜଣ ବିଦ୍ୟାର୍ଥୀ ତିଆରି କରିଛନ୍ତି ସ୍ୱଳ୍ପ ମୂଲ୍ୟଯୁକ୍ତ ଇ ସାଇକେଲ । ୭ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ସାଇକେଲ ବଜାରରେ ମିଳୁଥିବା ଇ ସାଇକେଲ ଠାରୁ ନିଆରା । ଏହା ବିଜୁଳିରେ ଚାର୍ଜ ହେବା ସହିତ ଶାରୀରିକ ଶ୍ରମଶକ୍ତିରୁ ମଧ୍ୟ ଚାର୍ଜ ହୋଇଥାଏ । ଅର୍ଥାତ ଏହାର ପ୍ୟାଡଲ ମାରିଲେ ଚକ ଘୁରି ଯେଉଁ ଶକ୍ତି ଉତ୍ପନ୍ନ ହୁଏ ତାହା ସଂରକ୍ଷିତ ରହି ପରବର୍ତ୍ତୀ ସମୟରେ ସାଇକେଲକୁ ଗଡା଼ଏ
#Burla #ElectricCycle #Odisha #ArgusNews