ଚାକିରୀ ଦିଅ ନଚେତ ଆମ ଜମି ଫେରାଅ ଏଭଳି କିଛି ଟାଟା ପ୍ରକଳ୍ପ ବିସ୍ଥାପିତ ତଥା ତାଲିମପ୍ରାପ୍ତ ବେକାର ଯୁବତୀ ଯୁବକ ଯୁବତୀ ନିଯୁକ୍ତି ଦାବିରେ କମ୍ପାନୀ ଫାଟକ ଆଗରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି ଏମାନଙ୍କ ପକ୍ଷରୁ କୁହାଯାଇଛି । ଟାଟା ପ୍ରକଳ୍ପ ପାଇଁ ଜମି ହରାଇଥିଲୁ ଏବଂ ପରେ କ୍ଷତିଗ୍ରସ୍ତ ପରିବାରର ସଦସ୍ୟଙ୍କୁ ଟାଟା ପକ୍ଷରୁ ବୈଷୟିକ ତାଲିମ ପ୍ରଦାନ କରାଯାଇଥିଲା । ମାତ୍ର ଟାଟା ପ୍ରକଳ୍ପରେ ଏମାନଙ୍କୁ ନିଯୁକ୍ତି ଦିଆଯାଇନି ।
#ArgusNews #Odisha #tatacompany #trening #appointments #landreturns