ପାଖେଇ ଆସୁଛି ଭାଇ ଭଉଣୀଙ୍କ ପବିତ୍ର ପର୍ବ ରାକ୍ଷୀ ବନ୍ଧନ । ଆଉ ଏଥିପାଇଁ ଏବେ ରାଜଧାନୀରେ ସବୁ ଛକରେ ଖୋଲିଛି ରାକ୍ଷୀ ଦୋକାନର ପସରା । ଆଉ ଦୋକାନରେ ମିଳୁଛି ରଙ୍ଗ ବେରଙ୍ଗର ଭଳିକି ଭଳି ରାକ୍ଷୀ । ତେବେ କରୋନା କଟକଣା ପାଇଁ ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ବ୍ୟବସାୟ କମିଥିବା କହିଛନ୍ତି ବ୍ୟବସାୟୀ । ଏହାସହ ଅନଲାଇନରେ ରାକ୍ଷୀ ମିଳୁଥିବାରୁ ଗ୍ରାହକ ମଧ୍ୟ କିଛି ମାତ୍ରାରେ କମିଥିବା କହିଛନ୍ତି ।
#ArgusNews #Odisha #rakhifestival #Bhubaneswar #kovid19 #corona