ବୌଦ୍ଧ ବ୍ଲକ ଟୁଟୁସିଙ୍ଗା ଗ୍ରାମର ଜଣେ ଛାତ୍ର ତିଆରି କରିଛନ୍ତି କମ ବ୍ୟୟ ଯୁକ୍ତ ଏକ ବୈଦ୍ୟୁତିକ ଉପକରଣ । ଏହା ଟାଙ୍କି ଭର୍ତ୍ତି ହୋଇ ଅଯଥାରେ ବୋହି ଯାଉଥିବା ପାଣିର ଅପଚୟକୁ ରୋକିବା ସହିତ ବିଜୁଳିଖର୍ଚ୍ଚକୁ ବଞ୍ଚାଉଛି । ଏହି ଉପକରଣ ତିଆରି ପାଇଁ ସମୁଦାୟ ୧୨୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଭଳି ଏକ ଜଳ ନିୟନ୍ତ୍ରଣ ସେନସର ଲଗାଇ ସୁଫଳ ପାଉଥିବା କହିଛନ୍ତି ଛାତ୍ରଙ୍କ ପଡୋଶୀ । ସ୍ୱୟଂକ୍ରିୟ ଭାବେ ଟାଙ୍କିର ଜଳସ୍ତରକୁ ତଦାରଖ କରି ମଟର ଚଳାଇବା ଓ ବନ୍ଦକରିବା କାମ କରୁଥିବା ଏହି ମେସିନ ଛାତ୍ରଙ୍କୁ ଆଣି ଦେଇଛି ଖ୍ୟାତି ।
#Odisha #ArgusNews #GoodNews #WaterControlDevice #OverflowWaterControl #Boudh #watertank #AutomaticWaterLevel