ଜଳକଷ୍ଟ। ଖରାଦିନେ ପାଣି ପାଇଁ ଲୋକେ ଡହଳ ବିକଳ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ଅନ୍ତର୍ଗତ କାଶିବେଡା ଗାଁ। ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ଏହି ଗାଁ। ଏହି ଗାଁରେ୫ଟି ସାହିରେ ପାଖାପାଖି ୧୨ଶହରୁ ଅଧିକ ଲୋକ ବସବାସ କରନ୍ତି। ଗାଁକୁ ଜଳଯୋଗାଣ ପାଇଁ ୨୦ବର୍ଷ ତଳେ ଏକ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହା ଗ୍ରାମବାସୀଙ୍କ ଜଳକଷ୍ଟ ମେଣ୍ଟାଇପାରୁନି।
#Odisha #ArgusNews #WaterHead #watertank #drinkingwater #WaterProblem