ସବୁଦିନ ଭଳି ମଙ୍ଗଳବାର ରାତିରେ କଟକ ଆରପିଏଫ ପୋଷ୍ଟ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ଠିକ ଏହି ସମୟରେ କଅଁଳ ଛୁଆର କାନ୍ଦିବା ସ୍ୱର ଶୁଭିଲା ଆରପିଏଫ କର୍ମଚାରୀଙ୍କୁ । ଆଉ ସେ କୁଆଁ କୁଆଁ କାନ୍ଦ ଆରପିଏଫ କର୍ମଚାରୀଙ୍କ କାନରେ ପଡିଲା । ଦେଖିଲା ବେଳକୁ କଅଁଳ ଛୁଆକୁ କୋଳରେ ଧରି ରେଳ ଧାରଣାରେ ବସିଥିଲେ ଜଣେ ମହିଳା । ଏକ ବଡ ଅଘଟଣରୁ ଦେବଦୂତ ଭଳି ଆରପିଏଫ କର୍ମଚାରୀ ସେଠାରେ ପହଞ୍ଚି ଯାଇଥିଲେ । ଆଉ ମା ଛୁଆକୁ ମରଣ ମୁହଁରୁ ଟାଣି ଆଣିଥିଲେ ।
#Cuttack #railwaystation #RPF #Odisha #ArgusNews