ଅବେଳରେ ଚାଲିଗଲେ ବାପା । ସାହା ହେବାକୁ ନଥିଲେ କେହି ବଡ଼ ଭାଇ । ସାନ ଭାଇ ,ତିନି ଭଉଣୀ ଓ ଜେଜେ ବାପାଙ୍କ ଭାର ପଡିଲା ମା କାନ୍ଧରେ । ଜୀବନ ଯୁଦ୍ଧରେ ମା କୁ ଟିକିଏ ସାହାରା ଦେବାକୁ କେନ୍ଦ୍ରାପଡା ଜିଲ୍ଲା ବରୁଣାଢ଼ିହା ଗାଁର ତିନି ଭଉଣୀ ଲିପ୍ସା ,ଶିଳ୍ପା ଓ ସୁପ୍ରିୟା ଭିଟାମାଟିର ମୋହକୁ ପଛରେ ପକାଇ ଆସିଲେ ରାଜଧାନୀ ଭୁବନେଶ୍ୱରକୁ । ଏବେ ଏହି ତିନି ଭଉଣୀ ସଡକ କଡରେ ଠେଲା ଗାଡ଼ିରେ ଜଳଖିଆ ପ୍ରସ୍ତୁତ କରି ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।
#WomenEmpowerment #threesisters #breakfast #parttimejob #Business #GoodNews #Bhubaneswar #Odisha #ArgusNews