ଦିନ କେଇଟା ପରେ ଲୋକେ ପାଳିବେ ଦୀପାବଳି । ଆଲୋକ, ମୁରୁଜ, ମିଠାର ମଜା ନେଇ ଏହି ପର୍ବ ପ୍ରାୟ ସମସ୍ତେ ପାଳନ କରନ୍ତି। ଏହି ପର୍ବ ପାଇଁ ବିଶେଷ ଯୁବ ପିଢିଙ୍କ ଉତ୍ସାହ ଦେଖିବାକୁ ମିଳିଥାଏ । ସଂଧ୍ୟା ହେଲେ ଆଲୋକରେ ଝଲସି ଉଠେ ପୁରା ସହର । କିନ୍ତୁ କୋଭିଡ ପାଇଁ ଏବେ ସବୁ ଠପ । ସେଥିପାଇଁ ଭୁବନେସ୍ବର ଝିଅ ମନୀଷା ସାମଲ ତିଆରି କରୁଛନ୍ତି ଇକୋ ଫ୍ରେଣ୍ଡଲି ଦୀପ ।
#Bhubaneswar #Odisha #Diwali #ecofriendlyDipa #Dipawali