ନୂଆ ଓଡ଼ିଶା ଗଠନର ମୂଳକେନ୍ଦ୍ର ହେବ ସତ୍ୟବାଦୀ ବକୁଳବନ । ବକୁଳବନରେ ଆତ୍ମନିର୍ଭର ଶିକ୍ଷା ପ୍ରଦାନ କରାଯାଉଥିଲା । ସ୍ଵାଧୀନତା ପରେ ରାଜ୍ୟର ରୂପରେଖ କିପରି ହେବ ଚିନ୍ତା କରିଥିଲେ ଗୋପବନ୍ଧୁ ଦାସ । ଏହା ପରେ ଆରମ୍ଭ କରିଥିଲେ ବକୁଳବନ । ଶିକ୍ଷା ଆଧାରିତ ସମାଜ ଗଠନରେ ପଞ୍ଚସଖାଙ୍କ ବଡ଼ ଭୂମିକା ଥିଲା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନ ବୈଷ୍ଣବ ।
#ArgusNews #Odisha #BJP #CentralMinister #EducationMinister Dharmendra Pradhan #railwayminister #ashwinibaishnab #Puri