ବ୍ରହ୍ମପୁରର ଯୁବ ବ୍ୟବସାୟୀ ସି ଏଚ ଭିକି କୁମାର ପାତ୍ର ପୁଣି ଥରେ ଦେଖାଇଛନ୍ତି ବଦାନ୍ୟତା । ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ ପାଇଁ ଆସିଛନ୍ତି ଆଗକୁ । ନିକଟ ଅତୀତରେ ଗରିବ ଘରର ଝିଅ ସଂଗୀତାଙ୍କୁ ଭଉଣୀ ଭାବେ ଗ୍ରହଣ କରି ତାଙ୍କର ବାହାଘର ଖର୍ଚ୍ଚ ଉଠାଇଥିବା ଭିକି ଏବେ ପୁଣି ଜଣେ ଝୁମୁରିଙ୍କୁ ଦେଇଛନ୍ତି ବଡ଼ ଭାଇର ସ୍ନେହ ଓ ସହଯୋଗ । ଯୁବତୀ ଜଣଙ୍କ ଆଗାମୀ ୨୭ତାରିଖରେ ବିବାହ କରୁଥିବାରୁ ଘରକୁ ଆସି ଦେଇ ଯାଇଛନ୍ତି ସୁନା ଚେନ ସାଙ୍ଗକୁ ମୂଦି ଓ ଶାଢ଼ୀ । ଭିକିଙ୍କ ଏଭଳି ସହୃଦୟତା ପାଲଟିଛି ଉଦାହରଣ ।
#goodnews #youngbusinessman #Berhampur #generosity #Happiness #poorgirl #Odisha #ArgusNews