ପୁଣି ବିବାଦରେ ବିଜେଡି କର୍ପୋରେଟରଙ୍କ ସ୍ବାମୀ ! ପୂର୍ବରୁ ରାଜା କରଣ ଆଉ ଏବେ ପ୍ରେମାଂଶୁ ବେହେରା। ସିଏମସିର ୫ ନମ୍ବର ୱାର୍ଡ କର୍ପୋରେଟର ପ୍ରିୟମ୍ବଦା ସ୍ଵାଇଁଙ୍କ ସ୍ବାମୀ ପ୍ରେମାଂଶୁ ବେହେରାଙ୍କ ନାମରେ ପୂଜା କମିଟିର ସମ୍ପତ୍ତି କବଜା କରି ରଖିଥିବାର ଅଭିଯୋଗ ଆଣିଛନ୍ତି ସିଡିଏ ସେକ୍ଟର ୭ ଆବାସିକ ସଂଘ ପୂଜା କମିଟିର ସଦସ୍ୟମାନେ।