ମାଓ ପ୍ରବଣ ମାଲକାନଗିରି ଜିଲ୍ଲାର ଦୁର୍ଗମ ବଣ୍ଡାଘାଟିରେ ଲୋକଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶାର ଆଲୋକ ସାଜିଛନ୍ତି ଆଦିମ ବଣ୍ଡା ଜନଜାତିର ଯୁବତୀ ଶୁକ୍ରୀ ସୀସା । ଖଇରପୁଟ ବ୍ଲକ ଆଣ୍ଡ୍ରହଲ ପଂଚାୟତର ଡୁମୁରିପଡ଼ାର ଏହି ଯୁବତୀ ମହାମାରୀ ସମୟରେ ଲୋକଙ୍କ ପାଇଁ ପାଲଟିଛନ୍ତି ଅସଲ ସେବିକା । ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଫଳ ଏଠାରେ ପହଞ୍ଚିନଥିବା ବେଳେ ପାଠ ପଢିନଥିବା ଶୁକ୍ରୀ ଜୀବନ ସଂଘର୍ଷରେ ଲୋକଙ୍କ ସହିତ ଯୋଡି ହୋଇ ସୃଷ୍ଟି କରିଛନ୍ତି ଆଦର୍ଶ ।
#ShukriSisa #villagegirl #nurses #Bandatribe #Malkangiri #inaccessibleareas #GoodNews #helpfull #Odisha #ArgusNews