ବାହୁବଳି ବିଧାୟକ ପ୍ରଶାନ୍ତ ଜଗଦେବ ସର୍ବସାଧାରଣରେ ଲୋକଙ୍କ ଉପରେ ଚଢାଇ ଦେଇଥିଲେ ଗାଡି । ଏହି ଲ୍ୟାଣ୍ଡ ରୋଭର ଡିସକଭରି ଗାଡ଼ି ଓ ଗାଡି ନମ୍ବର ସମସ୍ତେ ଦେଖିଥିଲେ । ମାତ୍ର ପୋଲିସ ଏଫଆଇଆରରେ ସତ ଗାଡି ନମ୍ବର ବଦଳରେ ଅନ୍ୟ ଏକ ଗାଡି ନମ୍ବର ଲେଖି ପୋଲିସ ବାହୁବଳୀ ବିଧାୟକଙ୍କୁ ସୁରକ୍ଷା ଦେବାର ଷଡଯନ୍ତ୍ର କରିଛି । ଏହି ପ୍ରସଙ୍ଗରେ ନିଜର ମନ୍ତବ୍ୟ ରଖି ଓଡିଶାର ପରିସ୍ଥିତି ପଶ୍ଚିମବଙ୍ଗ ମୁହାଁ ହେଲାଣି ବୋଲି ଟୁଇଟ କରି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#chilika #MLA #prashantajagadev #carnumber #change #planning Dharmendra Pradhan #Odisha #ArgusNews