ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି ଚୂନକାଳୀ ବସ୍ତିର କୁନି ଡ୍ୟାନ୍ସର ସତ୍ୟନାରାୟଣ । କମିଶନରେଟ ପୋଲିସର ବସ୍ତି ଚାଲ ଅଭିଯାନରେ ୧୦ବର୍ଷର ବାଳକ ସତ୍ୟଙ୍କ ନୃତ୍ୟ ନିପୁଣତା ସାମ୍ନାକୁ ଆସିବା ପରେ ରାତାରାତି ବଢିଯାଇଛି ତାଙ୍କର ପ୍ରସିଦ୍ଧି । ବିନା ଗୁରୁ ଓ କୌଣସି ନୃତ୍ୟ ଅନୁଷ୍ଠାନରେ ନ ପଢି ବି ସତ୍ୟଙ୍କ ଡ୍ୟାନ୍ସ କମାଳକୁ ନେଇ ଏବେ ପୁରା ରାଜଧାନୀରେ ଚର୍ଚା ।
