ବାପା-ମାଆ ଛେଉଣ୍ଡ ଏ ପିଲା ଦୁହେଁ ବେସାହାରା । ନା ମୁଣ୍ଡ ଉପରେ ବାପାର ହାତ ଅଛି, ନା ବିପଦ ଢାଙ୍କିବାକୁ ମାଆର ପରଣତକାନି । ଆଗ ପଛ ହୋଇ ମାଆ-ବାପା ଚାଲିଗଲେ । ଏବେ ପରିବାର କହିଲେ ଦୁଇ ଭାଇ-ଭଉଣୀ । ପୁଅଟି ୧୩ ବର୍ଷର ହୋଇଥିବା ବେଳେ, ଜନ୍ମରୁ ଦିବ୍ୟାଙ୍ଗ । ରୋଜଗାର କହିବାକୁ ଗଲେ କିଛି ନାହିଁ । ସାହି ପଡ଼ିଶାଙ୍କ ଭରସାରେ ଦିନ କାଟୁଛନ୍ତି ଏ ଅସହାୟ ଭାଇ-ଭଉଣୀ ।
#Angul #Chhendipada #helpless #Poor #Divyang #Needhelp #ArgusNews