ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ଯୋଗାଇ ଦେଇଥିବା ଲକ୍ଷ ଲକ୍ଷ ଟଙ୍କାର ଔଷଧ ଜଙ୍ଗଲ ଭିତରେ ଫୋଫାଡି ଦିଆଯାଉଛି। ଏପରିକି ଔଷଧର ବୈଧତା ସମୟସୀମା ଥିବା ସତ୍ତ୍ଵେ ଧୂଆ ଅଧୂଆ ସବୁ ସମାନ ନୀତିରେ ବହୁ ଔଷଧ ପିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି। ଏମିତି ଘଟଣା ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଜିଲ୍ଲା ଝାରସୁଗୁଡ଼ାରେ। ଝାରସୁଗୁଡ଼ା ସହର ଉପକଣ୍ଠ ପୁରନା ନିକଟସ୍ଥ ଜଙ୍ଗଲରେ ବିପୁଳ ପରିମାଣର ବହୁମୂଲ୍ୟବାନ ଔଷଧ କେହି ଫୋଫାଡି ଦେଇଯାଇଥିବା ଦେଖିବାକୁ ମିଳିଛି
#Jharsuguda #Medicine #Odisha #ArgusNews