ଜଳେଶ୍ବର ପଶ୍ଚିମବାଡ଼ ପଞ୍ଚାୟତର ପଣ୍ଡା ପରିବାର। ପାଞ୍ଚବର୍ଷ ତଳେ ରୋଜଗାର ପାଇଁ ତିନି ଛୁଆଙ୍କୁ ଧରି ଗୁଜୁରାଟ ଯାଇଥିଲେ । ଦିନେ ସ୍ଵାମୀ ସ୍ତ୍ରୀ କାମକୁ ଯାଇଥିବା ବେଳେ ଘରେ ଗ୍ୟାସ ସିଲିଣ୍ଡର ଫାଟିଥିଲା। ଅଗ୍ନିକାଣ୍ଡରେ ସାନଝିଅର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇ ପଡିଥିଲେ 2 ଛୁଆ। ଏହି ଦୁର୍ଘଟଣା ପରେ ବାମଦେବ ପତ୍ନୀ ଦୁଇ ପିଲାଙ୍କୁ ଧରି ଓଡିଶା ଫେରି ଆସିଥିଲେ। ଭାବିଥିଲେ ସରକାରୀ ସହାୟତା କିଛି ମିଳିଲେ ନିଜ ଭିଟାମାଟିରେ ରହି କିଛି କରିବେ । ମାତ୍ର ନାମିଳିଲା ସରକାରୀ ସହାୟତା ନା ମିଳିଲା ରୋଜଗାର । ଏବେ ଦୁଇ ରୁଗ୍ଣ ପିଲାଙ୍କୁ ନେଇ ଏହି ପଲିଥିନ ତଳେ ଦିନ କାଟୁଛନ୍ତି ପଣ୍ଡାପରିବାର
#Balasore #Jaleswar #FamilyHelp #Odisha #ArgusNews