#ସାମୁହିକ_ଶ୍ରମଦାନରେ_ଗାଁକୁ_ଆସିଲା_ଝରଣା_ପାଣି
କୁଟିଆ କନ୍ଧଙ୍କ ସାମୁହିକ ଶ୍ରମଦାନରେ ଗାଁକୁ ଆସିଛି ଝରଣା ପାଣି । ପାହାଡି ଝରଣାର ସ୍ଵଛ ଜଳଧାର ଘର ନିକଟରେ ପହଂଚିବା ପରେ ଖେଳି ଯାଇଛି ଖୁସି । ଯେଉଁ କାମ ସରକାର କରିବେ ବୋଲି ବର୍ଷ ବର୍ଷର ଅପେକ୍ଷା ଥିଲା ;ଓ ଅନେକ ଦୌଡ଼ ସତ୍ୱେ ହୋଇପାରୁନଥିଲା ସେ କାମ ମାତ୍ର ଦିନ କେଇଟାରେ ସମ୍ଭବ କରାଇଛନ୍ତି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଦେଓଗଡା ଗ୍ରାମବାସୀ । ଗ୍ରାମବାସୀଙ୍କ ମିଳିତ ଶ୍ରମଦାନରେ ୨ କିମି ଲମ୍ବାର କେନାଲ ନିର୍ମାଣ ଫଳରେ ଦୂର ହୋଇଛି ଜଳ ସଙ୍କଟ ।
#GoodNews #Kandhamal #Phulbani #water #jointeffort #Odisha #ArgusNews