୧୯୯୨ ମସିହାର ଏକ ସଡ଼କ ଦୁର୍ଘଟଣା ନରଙ୍ଗପୁର ଗାଁର ହୃଷିକେଶ ସାହୁଙ୍କ ଜୀବନର ମୋଡ଼କୁ ବଦଳାଇ ଦେଲା । ଦୁଇବର୍ଷ ମେଡିକାଲରେ ରହି ଚିକିତ୍ସିତ ହେବା ପରେ ସେ ସିନା ବଂଚିଗଲେ ହେଲେ ଅଂଟା ତଳକୁ ଶରୀର ତାଙ୍କର ନିଶ୍ଚଳ ହୋଇଗଲା । ଦୀର୍ଘ ୨୭ ବର୍ଷ ଧରି ଜୀବନ ସହିତ ସଂଘର୍ଷ କରୁଥିବା ହୃଷିକେଶ କିନ୍ତୁ ହାର ମାନିନାହାନ୍ତି । ତିନି ଚକିଆ ସାଇକେଲରେ ହାତରେ ପ୍ୟାଡଲ ମାରି ଗାଁକୁ ଗାଁ ବୁଲି ଦ୍ୱାର ମୁହଁରେ ଗ୍ରୋସରୀ ସାମଗ୍ରୀ ପହଞ୍ଚାଇ ୮ ପ୍ରାଣୀ କୁଟୁମ୍ବକୁ ପ୍ରତିପୋଷଣ କରିପାରୁଛନ୍ତି ।
#Odisha #ArgusNews #GoodNews #DifferentlyAble