ରୋଜଗାରର ମାଧ୍ୟମ ସାଜିଛି ୟୁଟ୍ୟୁବ । ନିଜେ କରୁଥିବା ହସ୍ତକଳାର ଭିଡିଓ ଅପଲୋଡ଼ କରି ଭଦ୍ରକ ଜିଲ୍ଲା ବନ୍ତବ୍ଲକ ତରାଗୋ ଗାଁର ଅର୍ପିତା ପ୍ରିୟଦର୍ଶିନୀ ମାସକୁ ଲକ୍ଷେ ଟଙ୍କାର ଆୟ ପାଉଛନ୍ତି । ଅଦରକାରୀ ସାମଗ୍ରୀରେ ଅର୍ପିତାଙ୍କ ଘର ସାଜସଜ୍ଜା ସାମଗ୍ରୀ ତିଆରି କୌଶଳର ଭିଡିଓ ଲକ୍ଷାଧିକ ଲୋକଙ୍କ ପସନ୍ଦ ପାଲଟିଥିବା ବେଳେ ଏଥିରୁ ଆର୍ଥିକ ସଶକ୍ତ ସହିତ ଲୋକପ୍ରିୟ ୟୁଟ୍ୟୁବର ଭାବେ ନୁଆଁ ପରିଚୟ ପାଇଛନ୍ତି ଅର୍ପିତା ।