#ସାଇକେଲରେ_ଶାଗ_ବିକି_ପରିବାର_ପୋଷୁଛନ୍ତି_ସତୁରି_ପରର_ବୃଦ୍ଧା
ବୟସ ସତୁରି ଟପିଲାଣି ହେଲେ ମିଳୁନି କାମରୁ ବିରାମ । ସ୍ୱାମୀଙ୍କ ପରଲୋକ ପରେ ବିଧବା ଝିଅ ଓ ନାତୁଣୀର ବୋଝ ବୋହୁଛନ୍ତି ୭୭ ବର୍ଷର କାବିଲ ସ୍ୱାଇଁ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଖାନ୍ଦରାପୁର ଗାଁର କାବିଲ ସାଇକେଲ ଆଶ୍ରାରେ ଚାଲୁଛନ୍ତି ବାଟ ।ବାଡ଼ିରେ କରିଥିବା ନାନା ପ୍ରକାର ଶାଗକୁ ସାଇକେଲରେ ନେଇ ଗାଁକୁ ଗାଁ ବୁଲି ସେ ବିକ୍ରି କରି ପ୍ରତିପାଳିତ କରନ୍ତି ତିନି ପ୍ରାଣୀ କୁଟୁମ୍ବଙ୍କ ପରିବାର । ପରିଣତ ବୟସରେ ଶାଗଚାଷୀ କାବିଲ ପାଲଟିଛନ୍ତି ସ୍ୱାଭିମାନୀ ମହିଳାଙ୍କ ପ୍ରତୀକ ।
#Jajpur #Korei #vegetables #ByCycle #Odisha #ArgusNews