ଆଜକୁ ପ୍ରାୟ ୭୫ ବର୍ଷ ପୂର୍ବେ ଯେତେବେଳେ ଦେଶ ସ୍ବାଧୀନ ହୋଇଥିଲା, ସାଥୀରେ ଏମିତି ଏକ କ୍ଷତ ମିଳିଥିଲା । ଯାହା କୋଟିକୋଟି ମଣିଷଙ୍କ ଜୀବନକୁ ନା କେବଳ ବଦଳାଇ ଦେଇଥିଲା, ବରଂ ହିଂସାର ତାଣ୍ଡବ ରଚିଥିଲା । ଲୋକ ମରିଥିଲେ । ସିଧାସିଧା କହିବାକୁ ଗଲେ ତାହା ଥିଲା ମାନବକୃତ ବିଭୀଷିକା । କିନ୍ତୁ ଆଜି ସେହି ଦିନକୁ ମନେ ପକାଇବାର ଆବଶ୍ୟକତା ରହିଛି । ଫଳରେ ଆମେ ଶାନ୍ତି, ସୌହାର୍ଦ୍ଦ୍ୟ ମୂଲ୍ୟକୁ ହୃଦୟଙ୍ଗମ କରିପାରିବୁ । ସେଥିପାଇଁ ମୋଦି ଆସନ୍ତାକାଲିକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ।
#independence #india #IndependenceStory #ArgusNews