ଅନୁଗୁଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଏନଟିପିସି ଦ୍ଵାରା ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କର ଜମି ଅଧିଗ୍ରହଣ ସତ୍ତ୍ଵେ ଜମିହରା ପ୍ରଜାଙ୍କୁ ଏଯାବତ ସ୍ଥାୟୀ ନିଯୁକ୍ତି ମିଳିପାରିନଥିବା ଅଭିଯୋଗ ହୋଇଛି । ପ୍ରାୟ ୨୦ ବର୍ଷ ହେବ ଜମି ଅଧିଗ୍ରହଣ ପରେ ଯେଉଁ କିଛି କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଠିକା ସଂସ୍ଥାରେ ନିଯୁକ୍ତି ଦିଆଯାଇଥିଲା ପରବର୍ତ୍ତୀ ସମୟରେ ସେମାନଙ୍କୁ ଚଞ୍ଚକତା କରି ଛଟେଇ କରାଯାଇଛି। ଏହାର ପୁନଃବିଚାର ନହେବା ଯାଏ ଆମରଣ ଅନଶନ ଜାରି ରହିବ ବୋଲିଦେଇଥିବା କ୍ଷତିଗ୍ରସ୍ତ ପ୍ରଜା କହିଛନ୍ତି ।
#anugul #Collectorate #hungerstrike #jobs #Odisha #ArgusNews