ଏ ହେଉଛି ମୁମ୍ବାଇର ଧରାଭି ବସ୍ତି । ଏଠି ଗଢି ଉଠିଛି ୫୦୦୦ରୁ ଅଧିକ ଉତ୍ପାଦନ କେନ୍ଦ୍ର । ୧୫ ହଜାରରୁ ଅଧିକ ସିଙ୍ଗଲ ରୁମ ଇଣ୍ଡଷ୍ଟ୍ରି ଚାଲିଛି କେବଳ ଏହି ବସ୍ତିରେ । ପ୍ଲାଷ୍ଟିକ ପୁନଃଚକ୍ରଣର ସବୁଠୁ ବଡ଼ ବ୍ୟବସାୟ ଏଠାରେ ଦେଖିବାକୁ ମିଳେ । ମୁମ୍ବାଇର ୮୦ ପ୍ରତିଶତ ବର୍ଜ୍ୟ ପ୍ଲାଷ୍ଟିକକୁ ରାସ୍ତାରୁ ଗୋଟାଇ ଆଣି ଏଠାରେ ଦିଆଯାଇଥାଏ ନୁଆଁ ରୂପ। ପ୍ଲାଷ୍ଟିକ ପୁନଃଚକ୍ରଣ ସହିତ ଚମଡା ଉଦ୍ୟୋଗ ଓ ମୃତ୍ତିକା କଳା ଉଦ୍ୟୋଗ ପାଇଁ ଏହି ବସ୍ତିର ରହିଛି ଖ୍ୟାତି । ଏହାର ବାର୍ଷିକ ରୋଜଗାର ୬୫୦ ମିଲିୟନ ଡଲାର ଛୁଇଁଥିବା ବେଳେ ଅଢେଇ ଲକ୍ଷ ଲୋକଙ୍କୁ ରୋଜଗାର ଦେଇଛି ଧରାଭି ।
#Dharavi #Basti #slum #Mumbai #employment #plasticrecycling #business #GoodNews #ArgusNews