ସିଭିଲ ଇଂଜିନିୟରିଂ ପରେ ଏକ ଘରୋଇ କମ୍ପାନୀରେ କରୁଥିଲେ ଚାକିରୀ । ମାସକୁ ୧୫ ହଜାର ଟଙ୍କାରେ ବାହାରେ ଚଳିବା ଥିଲା କଷ୍ଟ । ଏଭଳି ସମୟରେ ବେଡି ଉପରେ କୋରଡ଼ା ମାଡ଼ ଭଳି ମାଡି ଆସିଲା କରୋନା । ପ୍ରବାସରୁ ଚାକିରୀ ଛାଡି ଗାଁ ମାଟିରେ କିଛି କରିବା ପାଇଁ ନିଷ୍ପତ୍ତି ନେଇ ଫେରିଲେ ଜଗତସିଂପୁର ଜିଲ୍ଲା ନାଉଗାଁ ବ୍ଲକ ଗୋଠଦା ଗାଁର ଅଞ୍ଜନ ମୁଦୁଲି । ଏବେ ଅଞ୍ଜନ ୩୨ ଟି ଗାଈ ରଖି ମାସକୁ ରୋଜଗାର କରୁଛନ୍ତି ୪୦ ହଜାର ଟଙ୍କା । ଦେଇଛନ୍ତି ଅନ୍ୟ ୫ ଜଣଙ୍କୁ ନିଯୁକ୍ତି ।
#successful #Engineer #Selfreliance #CowFarming #dairyfarm #GoodNews #jagatsinghpur #ArgusNews