ଚିକିତ୍ସା ଅଭାବରୁ ମାଙ୍କ ହେଲା ମୃତ୍ୟୁ । କିଛି ଦିନ ପରେ ପରପାରିକୁ ଚାଲିଗଲେ ବାପା । ଉଭୟ ବାପା ମା ଚାଲିଯିବା ପରେ ବେସାହାରା ହୋଇପଡିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଉତ୍ତର ପ୍ରତାପ ପଂଚାୟତ ଅଲିଶି ସାହୁ ପାଟଣା ଗାଁର ତିନି ନାବାଳକ ଭାଇ ଭଉଣୀ । ଛାତି ଉପରେ ଏଭଳି ଦୁଃଖର ପାହାଡ଼ ଲଦି ହୋଇଥିବା ବେଳେ ଜୀବନ ଜିଇଁବା ପାଇଁ ଜାରି ରହିଥିବା ସଂଘର୍ଷରେ ସେମାନଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ ।
#ArgusNews #GoodNews #orphanchild #helpless #Jajpur #Binjharpur #Odisha