ଇଲେକ୍ଟ୍ରିକ ଟ୍ରେଡ଼ରେ ଆଇ ଟି ଆଇ ପରେ ଏକ ଘରୋଇ କମ୍ପାନୀରେ ଆସାମରେ କରୁଥିଲେ ଚାକିରୀ । କରୋନା ସମୟରେ ଗାଁକୁ ଫେରି ଶିକ୍ଷକ ପିତାଙ୍କ ପ୍ରେରଣାରେ ଆରମ୍ଭ କଲେ ଛତୁ ଚାଷ । ୪ ଗୁଣ୍ଠ ଜମିରେ ୪୦୦ ଶଯ୍ୟା ବିଶିଷ୍ଠ ଛତୁଫାର୍ମ କରି ମାସିକ ୪୦ ହଜାର ଟଙ୍କାର ଆୟ ସହିତ ୫ଜଣଙ୍କୁ ନିୟୋଜିତ କରିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆର୍ତ୍ତୁଙ୍ଗ ପଞ୍ଚାୟତ ଶଙ୍ଖାରୁ ଗ୍ରାମର ଯୁବ ଚାଷୀ ଅତନୁ ବେହେରା । ଯାହାକି ସେ କରୁଥିବା ପୂର୍ବ ଆୟ ଠାରୁ ଢେର ଅଧିକ
#ArgusNews #GoodNews #Mushroomfarming #Bhadrak #Basudevpur #Odisha