ଖଣ୍ଡିଏ କାଠ ବାକ୍ସ ଓ ଦୁଇଚାରିଖଣ୍ଡ ବହିରୁ ଆରମ୍ଭ ହୋଇଥିଲା ବାଣପୁର କୁମାରଙ୍ଗ ଶାସନର କୁମାର ପାଠାଗାର । ନିଆଁଖୁଣ୍ଟାର ସମ୍ପାଦକ ପ୍ରଖ୍ୟାତ କବି ସ୍ବର୍ଗତ ଗୋଦାବରୀଶ ମହାପାତ୍ର ଓ ତାଙ୍କର ବନ୍ଧୁ ଆଦର୍ଶ ଶିକ୍ଷକ ସ୍ବର୍ଗତ ଜଗନ୍ନାଥ ମହାପାତ୍ର ୧୯୧୨ ମସିହାରେ ଏହାକୁ ଆରମ୍ଭ କରିଥିଲେ । ୧୧୦ ବର୍ଷରେ ପହଁଚିଥିବା ଏହି ଗ୍ରାମ୍ୟ ପାଠାଗାର ଏବେ ବି ଶିକ୍ଷାର ଆଲୋକରେ ଗାଁକୁ ଉଦ୍ଭାସିତ କରିଚାଲିଛି ।
#GoodNews #KumarPathagara #Khordha #Chilika #Odisha