ମା' ଆର ପାରିରେ । ବାପା ରୋଗ ଶଯ୍ୟାରେ । ଭାଙ୍ଗି ଯାଇଛି ଅଣ୍ଟା । ଉଠିବା ପାଇଁ ତାଙ୍କର ଆଉ ଯୁ ନାହିଁ । ଏଭଳି ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଭୁଇଁପୁର ଗାଁ ,ଆଦିବାସୀ ସାହିର ୧୦ ବର୍ଷର ବାଳକ ସଞ୍ଜୟ ସ୍ୱାଇଁଙ୍କ କାନ୍ଧରେ ପଡିଛି ରୋଗୀଣା ବାପା ଆଉ ସାନ ଭାଇର ପ୍ରତିପାଳନ ବୋଝ । ରୋଜଗାର କରିବାର ବୟସ ହୋଇନଥିବାରୁ ଅସହାୟ ସଞ୍ଜୟ ସେମାନଙ୍କ ଭୋକିଲା ପେଟରେ ମୁଠାଏ ଦାନା ଦେବାକୁ ଘର ଘର ବୁଲି ମାଗୁଛନ୍ତି ଭିକ ।
#motherlove #helplessfamily #begging #brotherhood #responsibility #GoodNews #Khordha #ArgusNews