ପେଶା ଗୋପାଳନ ,ନିଶା ତାଙ୍କର ସମାଜସେବା । ଗୋପାଳନରୁ ମିଳୁଥିବା ଆୟକୁ ସମାଜସେବାରେ ବିନିଯୋଗ କରି ନିଆରା ପରିଚୟ ପାଇଛନ୍ତି ସୁନ୍ଦରଗଡ଼ ସହର ଆରଆରଆଇଟି କଲୋନୀର ଅଶ୍ୱିନୀ ପଟେଲ। ଅଶ୍ୱିନୀ ବିଗତ ୧୫ ବର୍ଷ ଧରି ଗୋପାଳକର ଜୀବିକା କରୁଥିଲେହେଁ ତାଙ୍କ ରକ୍ତରେ ରହିଛି ସମାଜସେବା । ଉତ୍ପାଦିତ ହେଉଥିବା ସବୁ କ୍ଷୀରକୁ ସେ ବିକ୍ରି କରି ନ ଦେଇ ଆଖପାଖର ପିଲାମାନଙ୍କୁ ବାଣ୍ଟିଦେଉଥିବା ବେଳେ ଯୁବ ଖେଳାଳିଙ୍କୁ ଉତ୍ସାହିତ ପାଇଁ କ୍ରୀଡ଼ାସମାଗ୍ରୀ କିଣିଦେଇ ଶ୍ରଦ୍ଧା ଭାଜନ ହୋଇଛନ୍ତି ।
#socialwork #Sundergarh #livestock #investing #dairyproducts #distribute #GoodNews #ArgusNews