#ବିଶ୍ୱ_ହିନ୍ଦୁ_ପରିଷଦ_ପକ୍ଷରୁ_ସାମ୍ବାଦିକ_ସମ୍ମିଳନୀ
ଭଦ୍ରକରେ ବୋଲ୍ ବମ୍ ଭକ୍ତଙ୍କୁ ଆକ୍ରମଣ ଓ ଏକ ହୋଟେଲ୍ ରେ ଖୁଲମ୍ ଖୋଲା ଗୋମାଂସ ବିକ୍ରିକୁ ନେଇ ବିଶ୍ୱହିନ୍ଦୁ ପରିଷଦର ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ମହେଶ ସାହୁ ଙ୍କ ସମେତ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଅମ୍ବିକା ଦାସ, ବିଶ୍ୱହିନ୍ଦୁ ପରିଷଦର ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ଙ୍କ ସମେତ ବହୁ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ।
#Bhadrak #BiswaHinduParishad #pressconference #odisha #ArgusNews