ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ରାଜ୍ୟ ସରକାର । ପ୍ରଚାର ଓ ବାସ୍ତବତା ଭିତରେ ଆକାଶ ପାତାଳ ଫରକ । ଓଡିଶାରେ ଫେଲ ମାରିଛି ଜଳ ଜୀବନ ମିଶନ । ନୀତି ଆୟୋଗଙ୍କ ରିପୋର୍ଟ ଖୋଲିଲା ସରକାରଙ୍କ ପୋଲ । ସେପଟେ ରାଜ୍ୟ ସରକାର ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ମାଧ୍ୟମରେ ସମସ୍ତ ସହରାଞ୍ଚଳକୁ ୧୦୦ ପ୍ରତିଶତ ସ୍ଵଚ୍ଛ ପୀନୀୟ ଜଳ ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି । ହେଲେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ବି ବିଶୁଦ୍ଧ ପାନୀୟ ଜଳ ପାଉନଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି ।
#jalmission CMO Odisha #purifiedwater #nitiaayog #ArgusNews #odisha