କ୍ଷତିଗ୍ରସ୍ତଙ୍କୁ କେବେ କ୍ଷତିପୂରଣ ?
ପ୍ରଳୟଙ୍କାରୀ ବାତ୍ୟା ଫୋନିକୁ ଦୁଇ ବର୍ଷ ପୁରିବାକୁ ବସିଛି । ହେଲେ ଏଯାଏଁ ପ୍ରଭାବିତଙ୍କ ପାଖେ ପହଞ୍ଚିନି ସରକାରୀ ସହାୟତା । ଆଉ ଏ ହେଉଛି ତାହାର ଜ୍ୱଳନ୍ତ ଉଦାହରଣ । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ରାୟପୁର ଗାଁର ମିଲନ ଜେନା ଓ ଶଙ୍କର ଜେନ. ନରେନ୍ଦ୍ର ଜେନା । ଦୁହିଁଙ୍କ ଚାଳ ଛପର ଘର ବାତ୍ୟାରେ ଉଡି ଯାଇଥିଲା.... ସେବେଠୁ ପଲିଥିନ୍ କୁଡିଆ ତଳେ ବିତୁଛି ଜୀବନ । ରାଜ୍ୟ ସରକାର ଘର ଭଙ୍ଗା କ୍ଷୟକ୍ଷତି ସହାୟତା ଘୋଷଣା କରିଥିଲେ । ହେଲେ ସହାୟତା ତ ମିଳିଲାନି... ଓଲଟା କ୍ଷତିପୂରଣ ବାବଦରେ ଆରଆଇ 20 ହଜାର ଟଙ୍କା ପିସି ନେଲେ......
#ArgusNews #Odisha #Puri #Brahmagiri #Fani
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app