କଟଅଫରେ ଆଗୁଆ, ରେଜଲ୍ଟରେ ପଛୁଆ | ଏଭଳି ଢଙ୍ଗରେ ବର୍ତ୍ତମାନ ଚାଲିଛି ସରକାରୀ ଜୁନିୟର କଲେଜ ଓ ଉଚ୍ଚ ବିଦ୍ୟାଳୟରେ ଯୁକ୍ତଦୁଇ ଶିକ୍ଷାର ସ୍ଥିତି | ଟ୍ବିନ ସିଟିରେ ଥିବା ସରକାରୀ ଜୁନିୟର କଲେଜ ଯୁକ୍ତଦୁଇ ନାମ ଲେଖାରେ ବାଜି ମାରୁଥିବା ବେଳେ ଗ୍ରାମାଞ୍ଚଳରେ ଥିବା ଉଭୟ ସରକାରୀ ଓ ବେସରକାରୀ ଜୁନିୟର କଲେଜ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି |