ଚାଷୀ ତିଆରିଲେ ଗରିବଙ୍କ ପାଇଁ ଶସ୍ତା କାର
ଲକଡାଉନ ଆଣିଦେଲା ସୁଯୋଗ । ଘରେ ଥିବା ବେଳେ ସେ ବହୁଦିନର ପରିକଳ୍ପନା କୁ ଦେଇଥିଲେ ସାକାର ରୂପ । ଅଦରକାରୀ ଦ୍ରବ୍ୟ ରେ ନିଆରା ଏକ ସୌର ଚାଳିତ ଗାଡି ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରର ଚାଷୀ ତଥା ବ୍ୟବସାୟୀ ସୁଶୀଲ ଅଗ୍ରୱାଲ । ନିଜର ୧୨ ବାଇ ୧୨ ଘରେ ନିଜର ଦୁଇଜଣ ସହଯୋଗୀ ଙ୍କୁ ନେଇ ସୁଶୀଲ ତିଆରି କରିଛନ୍ତି ସବୁଠୁ ଶସ୍ତା ଏକ ସୌର ଶକ୍ତିରେ ଚାଲୁଥିବା କାର । ମେକାନିକଲ ଇଂଜିନିୟରିଂ ର ବିନ୍ଦୁ ବିସର୍ଗ ଜାଣି ନ ଥିବା ଶ୍ରମିକ ଙ୍କ ସହଯୋଗରେ ସୁଶୀଲ ଙ୍କ ଏଭଳି ଗାଡି ଏବେ ରାସ୍ତାରେ ଦୌଡ଼ି ସୃଷ୍ଟିକରୁଛି ବିସ୍ମୟ......
#ArgusNews #Odisha #Mayurbhanj #Farmer #Creat #Car
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app