ଲାଲଗଡରେ ବାଜିଲା ଶାହାନାଇ
ଆତ୍ମସମର୍ପଣ ପରେ ବଞ୍ଚିବାର ରାହା ଦେଖାଇଛି ଛତିଶଗଡ ପୋଲିସ । ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇଥିବା 15 ଯୋଡା ମାଓବାଦୀଙ୍କୁ ବିବାହ କରାଇଛି ପୋଲିସ ପ୍ରଶାସନ । ମାଲକନଗିରି ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ଦେଖିବାକୁ ମିଳିଛି ପୋଲିସର ନିଆର ପ୍ରୟାସ । ଦାନ୍ତେୱାଡାର କାରଲିରେ ବିବାହ ମଣ୍ଡପ ସୁସଜ୍ଜିତ ହୋଇ ରହିଥିଲା । ବର କନିଆଙ୍କ ପରିଜନ ସାଜିଥିଲେ ପୋଲିସ କର୍ମଚାରୀ । ଯେଉଁ ହାତରେ ବନ୍ଧୁକ ଥିଲା ସେଇ ହାତରେ ଥିଲା ଗୋଲାପ ଫୁଲ । ବିବାହ ବେଳେ ଆଦିବାସୀ ସଂସ୍କୁତି ର ଝଲକ ଦେଖିବାକୁ ମିଳିଥିଲା.....
#ArgusNews #ArgusUpdate #Odisha #Balasore #Malkangiri #Maoist #Marraige
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app