ହତାଶ ଆଖୁ ଚାଷୀ
ବାହାର ରାଜ୍ୟର ଗୁଡ଼ ପାଇଁ ଆଖୁ ଚାଷୀ ହତାଶ । ଆଖୁଶାଳାରେ ପ୍ରସ୍ତୁତ ଗୁଡ଼କୁ କମ ରେଟରେ ବିକ୍ରି କରି କ୍ଷତି ସହୁଛନ୍ତି ଚାଷୀ । ଯାହାର ସିଧାସଳଖ ପ୍ରଭାବ ପଡୁଛି ଆଖୁଚାଷୀଙ୍କ ଉପରେ । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଆମ୍ବକୁଡୁଚି ଏବଂ ଗିଲାଜୁଡି ଗାଁରେ ଲୋକେ ଆଖୁଚାଷ କରି ସେଥିରୁ ଗୁଡ଼ ପ୍ରସ୍ତୁତ କରିଥାନ୍ତି । ଗୁଡକୁ ବାଲେଶ୍ଵର, ଜଳେଶ୍ୱର, ବସ୍ତା ଏବଂ ବାଲିଆପାଳ ବଜାରରେ ବିକ୍ରି କରି ଭଲ ଦୁଇ ପଇସା ଲାଭ ପାଇଥାନ୍ତି । ହେଲେ ବଜାରରେ ବାହାର ରାଜ୍ୟର ଗୁଡ କମ ଦାମରେ ମିଳୁନଥିବାରୁ ସ୍ଥାନୀୟ ଅଞ୍ଚଳର ଗୁଡ କିଣିବାକୁ ଲୋକେ ଚାହୁଁ ନାହାଁନ୍ତି । ଫଳରେ ଚାଷୀ ଏବେ ଆଖୁଚାଷରୁ ମୁହଁ ଫେରାଉଛନ୍ତି.....
#ArgusNews #ArgusUpdate #Odisha #Balasore #Sugar_Cane
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app