ମହାନଦୀ ଓ ପାଇକା ନଦୀରେ ବନ୍ୟା ପାଣି କମି ଯାଇଥିଲେ ହେଁ ଏଯାଏଁ ଗାଁମୁଣ୍ଡରୁ ପାଣି ଛାଡିନି ।ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ହଂସୁରା,କାଠକୋଟ,ବଡ଼ ବାଲିକଣି ଆଦି ପଞ୍ଚାୟତ ଏବେ ବି ବାହ୍ୟ ଜଗତରୁ ବିଛିନ୍ନ ।ଗାଁ ଦାଣ୍ଡରେ ପାଣି ଜମି ରହିଥିବା ବେଳେ ସମଗ୍ର ଅଞ୍ଚଳର ଚାଷ ଜମି ଏବେ ଜଳମଗ୍ନ ।ମାତ୍ର ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ବନ୍ୟା ଅଞ୍ଚଳ ଭାବେ ଘୋଷଣା କରାନଯିବା ନେଇ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
#TheArgus #ArgusNews #ArgusOdia #Mahanadi #Odisha #Jagatsinghpur #Kujanga #Flood