ସାହିତ୍ୟ ,ସଂସ୍କୃତି ଓ ସଂଗଠନ କ୍ଷେତ୍ରରେ ଏକ ଚର୍ଚ୍ଚିତ ନାଁ ହେଉଛି ଶ୍ୟାମ ପ୍ରକାଶ ସେନାପତି । ପୁରୀର ବାସିନ୍ଦା ଶ୍ୟାମପ୍ରକାଶ ବିଗତ ୩୦ ବର୍ଷ ଧରି ଶ୍ରଦ୍ଧା ଓ ନିଷ୍ଠାର ସହିତ କରିଆସିଛନ୍ତି ଅନେକ ପ୍ରକାର ବିରଳ ସଂଗ୍ରହ । ନିକଟରେ ତାଙ୍କର ଅନ୍ୟତମ ବ୍ୟାଜ ସଂଗ୍ରହ ପାଇଛି ବିଶ୍ୱ ସ୍ୱୀକୃତି । ୧୦ ହଜାରରୁ ଅଧିକ ଖବରରେ ସ୍ଥାନ ପାଇଥିବା ଶ୍ୟାମପ୍ରକାଶଙ୍କୁ ନିକଟରେ ମିଳିଛି ୱାର୍ଲଡ ରେକର୍ଡ ଇଣ୍ଡିଆ ସମ୍ମାନ ।
#Puri #Culture #Odisha #ArgusNews