୧୯୯୩ ମସିହାରେ ଏହି ହଷ୍ଟେଲ ନିର୍ମାଣ ହୋଇଥିଲା। ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟକୁ ବୁଲି ଆସୁଥିବା ବେଳେ ଏଠାରେ ରାତ୍ରିଯାପନ କରୁଥିଲେ। ପର୍ଯ୍ୟଟକଙ୍କ ପାଇଁ ଏଠାରେ ରାତ୍ରିଯାପନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଥିଲା। ସ୍ଥାନୀୟ ଅଞ୍ଚଳରେ ଲୋକେ ବିବାହ, ବ୍ରତ, ସଭା ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ଏଠାରେ କରୁଥିଲେ। ମାତ୍ର ଧୀରେ ଧୀରେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଭୂତକୋଠି ପାଲଟିବାକୁ ବସିଲାଣି।
#ArgusNews #Mayurbhanj #youthhostel #tourist #Odisha