ବଡ଼ ନଦୀରେ ଆସୁଛି ବଡ଼ ବନ୍ୟା । ତେବେ ପୁଣି ହୀରାକୁଦ ବନ୍ଧର ଜଳ ପରିଚାଳନା ନେଇ ଉଠିଛି ପ୍ରଶ୍ନ । 2011 ଓ 2014ରେ ଜଳ ପରିଚାଳନାରେ ତ୍ରୁଟି ଯୋଗୁଁ ଓଡ଼ିଶାରେ ପ୍ରଳୟଙ୍କାରୀ ବନ୍ୟା ହୋଇଥିବା ପାର୍ଲାମେଣ୍ଟରେ ରିପୋର୍ଟ ଦେଇଥିଲେ କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍ ବା ସିଏଜ୍ । ରୁଲ୍ କର୍ଭକୁ ପାଳନ କରାଯାଇଥିବା ବି କୁହାଯାଇଥିଲା । ତେବେ 2011 ଓ 2014ର ତ୍ରୁଟିର ପୁନରାବୃତ୍ତି ହେଉନାହିଁ ତ !